Sale

Original price was: ₹250.00.Current price is: ₹200.00.

KAYINA RA PRUTHIBI

978-93-5747-308-8 PAPERBACK SECOND EDITION ,

Meet The Author

କୟିନକୁ ଶେଷ ଚିଠି

ମୁଁ ହେବଲ, ତୁମ ଭାଇ । ମୁଁ ମରି ସାରିଛି । କିନ୍ତୁ ଏତିକି କହିବି – କୟିନ, ତୁମେ ବହୁତ ସ୍ମାର୍ଟ । ଯାହା ହେଲେ ବି ତୁମେ ସ୍ମାର୍ଟ ସିଟିର ଆଦିପିତା ଯେ! ତାହା ତ ତୁମର ସ୍ୱପ୍ନ ଥିଲା । ତୁମର କ୍ରୋଧ, ତୁମର ହିଂସା, ତୁମର ଇର୍ଷା ମୁଁ ସେହି ଦିନ ହିଁ ଦେଖିଲି । ବାପ୍ ରେ ବାପ୍ । ସେଦିନ ତୁମ ସହିତ କଥାବାର୍ତ୍ତା ଏତେ ଭୟଙ୍କର ରୂପ ନେବ, ମୁଁ ଚିନ୍ତା ବି କରି ନ ଥିଲି । ମୁଁ ତ ଚାଲିଗଲି ମୋର ଚୀର ନୀବାସ ସ୍ଥାନକୁ । କିନ୍ତୁ ତୁମେ! ଭାଇର ରକ୍ତର ଦାଗ ମୁଣ୍ଡରେ ନେଇ କୁଆଡ଼େ ମୁଁହ ଦେଖାଇବ । ଓଃ, ଦୁଃଖର କଥା, ତୁମେ ପଳାତକ ଓ ଭ୍ରମଣକାରୀ ହେଲ । ଚିନ୍ତାନାହଁ, ସ୍ମାର୍ଟସିଟିର ଲୋକମାନେ ତ ଅଭ୍ୟାସବଶତଃ ଭ୍ରମଣକାରୀ । ତୁମକୁ କେହି ଖରାପ ଭାବିବେ ନାହିଁ ।  ଆଉ ଏବେ ତ ପଳାତକମାନଙ୍କ ସଂଖ୍ୟା ପୃଥିବୀରେ ଖୁବ୍ ବଢ଼ିଲାଣି । ଯିଏ ଧନୀ ତାଲିକାରେ ଉପରକୁ ଉଠିଲା, ତା ପଛରେ କ୍ୟାମେରା ଲାଗିଲା । ତା’ର କଳା କାରନାମା ପଦାକୁ ଆସିଲା । ଅଗତ୍ୟା ବାଧ୍ୟ ହୋଇ ତାକୁ ଦେଶ ଛାଡ଼ିବାକୁ ପଡ଼ିଲା । କିଛି ଦୁଃଖ ନାହିଁ ବିଜୟ ମାଲ୍ୟାଙ୍କ ପରି ଲୋକମାନେ ପଳାତକ ହୋଇ ଲଣ୍ଡନ ପରି ସହରମାନଙ୍କରେ, ଆଉ ଦେଶୀ ସାରଥି  ବାବାମାନେ ଅଏସ୍ କରୁଛନ୍ତି କେଉଁ ଅଜଣା ଆଇଲ୍ୟାଣ୍ଡରେ ଥିବା ବିଳାସମୟ ରିଶୋର୍ଟ ମଧ୍ୟରେ । ଏମାନେ ବହୁତ୍ ସ୍ମାର୍ଟ – କିନ୍ତୁ ମୋର ଇଶ୍ୱର ତାଙ୍କଠୁଁ ବି ସ୍ମାର୍ଟ ।

କୟିନ ତୁମେ କିନ୍ତୁ ବେଶୀ ଦିନ ଲୁଚି ପାରବନି । ସ୍ମାର୍ଟ ସିଟିର ସ୍ମାର୍ଟ ଫୋନ୍, ସ୍ମାର୍ଟ ଉଇପନ୍, ସ୍ମାର୍ଟ ଗ୍ୟାଜେଟ୍ସ କି ତୁମର ସ୍ମାର୍ଟ ଲୋକମାନେ କେହି ତୁମକୁ ବଂଚେଇ ପାରିବେନି । କିନ୍ତୁ ମନେରଖ, ମୋର ଅବର୍ତ୍ତମାନରେ ମୋର ଭାଇମାନେ ଅଛନ୍ତି । ‘ଶେଥ‘ର ବଂଶଧର ଅଛନ୍ତି । ସେମାନେ ଛାଡ଼ିବେନି । ତୁମ ପରି ତାଙ୍କ ପାଖରେ ରକ୍ତ ପାତକାରୀ ଅସ୍ତ୍ର ନାହିଁ କିନ୍ତୁ ସେମାନେ ଆତ୍ମିକ ଯୋଦ୍ଧାମାନେ । ଅପେକ୍ଷାକର, ସେମାନେ ପ୍ରସ୍ତୁତ ହେଉଛନ୍ତି । ବଦଳିଯିବ ଦୃଶ୍ୟପଟ୍ଟ ।

Reviews

There are no reviews yet.

Be the first to review “KAYINA RA PRUTHIBI”

Your email address will not be published. Required fields are marked *